ଲକଡାଉନ୍ ନେଇ କେସିଆରଙ୍କ ଚେତାବନୀ, ନିୟମ ଭାଙ୍ଗିଲେ ଗୁଳି କରିବାର ନିର୍ଦେଶ

ହାଇଦ୍ରାବାଦ:-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ଉଦବୋଧନ ଦେଇ ସାରା ଦେଶକୁ ଆସନ୍ତା ୨୧ ଦିନ ପାଇଁ ଲକ ଡାଉନ୍ ହେବାର ଘୋଷଣା କରିଛନ୍ତି। ଲକ୍ ଡାଉନକୁ ଯଦି କୌଣସି ବ୍ୟକ୍ତି ମାନନ୍ତି ନାହିଁ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହା ଭିତରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଲକଡାଉନ୍ ଭାଙ୍ଗୁଥିବା ଲୋକଙ୍କୁ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ଲୋକମାନେ ଲକଡାଉନ୍ ନିୟମ ମାନନ୍ତି ନାହିଁ ତେବେ ତାଙ୍କୁ ଗୁଳି କରି ଦିଆଯାଉ।କେସିଆର ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ ଏହି କଥାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଲୋକମାନେ ଯଦି ପୋଲିସକୁ ସହଯୋଗ କରନ୍ତି ନାହିଁ ତେବେ ତାଙ୍କୁ କେନ୍ଦ୍ର ସରକାରଙ୍କୁ ସେନା ମୁତୟନ କରିବାକୁ ନିବେଦନ କରିବେ। ଏହା ସହିତ ଚନ୍ଦ୍ରଶେଖର ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ସେମାନେ ପୋଲିସକୁ ସହଯୋଗ କରନ୍ତୁ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜି ୮ଟା ବେଳେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନ ପାଇଁ ଦେଶବ୍ୟାପି ଲକଡାଉନ୍ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି ସେମାନେ ଘର ଭିତରୁ ନବାହାରି ଲକଡାଉନକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରନ୍ତୁ।

Leave a Reply

Your email address will not be published. Required fields are marked *