କରୋନା ମୃତ୍ୟୁ ପରେ ନିଜର ବି ହେଇ ଯାଉଛନ୍ତି ପର ; ଅନ୍ତିମ ସଂସ୍କାର କରିବାକୁ ଡ଼ରୁଛନ୍ତି

କୋଲକତା:-ଦେଶରେ ଗୋଟେ ପଟେ କରୋନା ତାର କାୟା ମେଲି ଚାଲିଥିବା ବେଳେ , ଆଉ ଗୋଟେ ପଟେ  ଏଥିରେ ମୃତ୍ୟୁ ହେଉଥିବା ଲୋକଙ୍କର ଶବସଂସ୍କାର କରିବାକୁ ବହୁତ ସଂଘର୍ଷ କରିବାକୁ  ପଡ଼ୁଛି । ଲମ୍ୱା ପ୍ରକ୍ରିୟା ଓ  ଶବଗୃହରେ ଅନୁମତି ନମିଳିବା କାରଣରୁ ଶବ ଘଣ୍ଟାଏ ଯାଏ ପଡ଼ିରହୁଛି ।

ପ୍ରଥମେ ଦିଲ୍ଲୀ ଓ ପୁଣି ମୁମ୍ୱାଇ  ଏବଂ ଏବେ ପଶ୍ଚିମବଙ୍ଗରୁ ଏମିତି ମାମଲା ସାମନାକୁ ଆସିଛି ।  ଏଠାରେ ନିଜ ଲୋକ ବି ଶବ ନେବାକୁ ମନା କରିଦେଉଛନ୍ତି ।  ଏହି ସବୁ ପଛରେ ରହିଛି ଲୋକଙ୍କ ମଧ୍ୟରେ ବ୍ୟାପିଥିବା ଗୁଜବ। ସ୍ୱାସ୍ଥ୍ୟ ଅଧିକାରୀ କହିସାରିଛନ୍ତି  କରୋନା  ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ  ପରେ  ଏହାର ସଂକ୍ରମଣ ଆଶଙ୍କା ନାହିଁ । ଏହା ସତ୍ତ୍ୱେ ବି ଲୋକଙ୍କ ମନରୁ ଭ୍ରାନ୍ତ ଧାରଣା କମୁନି ।

ପଶ୍ଚିମ ବଙ୍ଗରେ କରୋନା ଭାଇରସ କାରଣରୁ ଜୀବନ ହରାଇଥିବା ପ୍ରଥମ ବ୍ୟକ୍ତିଙ୍କର  ଅନ୍ତିମସଂସ୍କାର  କରିବା ପାଇଁ ନାକେଦମ ହେବାକୁ ପଡ଼ିଛି । ଲୋକେ କହୁଛନ୍ତି ଏହାର ଶବ ସଂସ୍କାର କଲେ ପୁଣି ଭାଇରସର ପ୍ରସାର ହେବ।

ପୁଲିସ୍‌ର ସୂତ୍ରରୁ ପ୍ରକାଶ ଯେ,  ବରିଷ୍ଠ ଅଧିକାରୀମାନେ ସୋମବାର ପାଖାପାଖି ୨ ଘଣ୍ଟା  ଯାଏ  ସ୍ଥାନୀୟ ଅଧିବାସୀଙ୍କୁ ବୁଝାଇଛନ୍ତି କି ସଂକ୍ରମଣରୁ ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଉଠାଯାଇଛି। କୋଲକତା ପୁଲିସ୍ କେନ୍ଦ୍ରୀୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ,  ଆମେ ସେମାନଙ୍କୁ କହିଲୁକି  ମୃତକଙ୍କର ଶବକୁ ନେବାବେଳେ , ସରକାରଙ୍କ ନୀତି ନିର୍ଦ୍ଦେଶ ଅନୁସାରେ  ସବୁ ଆବଶ୍ୟକୀୟ ପ୍ରକ୍ରିୟାର ପାଳନ କରାଯାଇଛି । ଡରିବାର କୌଣସି ଆବଶ୍ୟକତା ନାହିଁ ।

ନା ଶବ ନେବାକୁ କିଏ ଆସିଲେ ନା ଶବ ବାହନ ମିଳିଲା –

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି  ଶବ ଦେବାକୁ ବହୁତ ବିଳମ୍ୱ ହୋଇଗଲା , କାରଣ  ମୃତକଙ୍କର ପରିବାର ସଦସ୍ୟ  ହସ୍ପିଟାଲ ଆସିନଥିଲେ ।  ଏହା ବ୍ୟତୀତ ଶବକୁ ନେବା ପାଇଁ କୌଣସି ଶବ ବାହନ ମଧ୍ୟ ମିଳୁନଥିଲା । ଅଧିକାରୀ କହିଛନ୍ତି , ମୃତକଙ୍କ ପତ୍ନୀ ସ୍ୱୀକୃତୀ  ଦେଲେ , ତାପରେ  ବିଭାଗକୁ  ଶବ ଦିଆଗଲା । ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି  ସରକାରଙ୍କର  ନୀତି ନିର୍ଦ୍ଦେଶ ଅନୁସାରେ  ଶବରେ କେମିକାଲର ଲେପ ଲଗାଯାଇଥିଲା । ପୁଣି ନିର୍ଦ୍ଦିଷ୍ଟ ଉପାୟରେ ଶବକୁ ଆବୃତ ବା ଆବରଣ କରାଯାଇଥିଲା ।ପଶ୍ଚିମ ବଙ୍ଗରେ ସୋମବାର କୋଭିଡ-୧୯ର ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମତ୍ୟୁ ହୋଇଥିଲା । ଏହା ପୂର୍ବରୁ ମୁମ୍ୱାଇ ଓ ଦିଲ୍ଲୀରେ ମଧ୍ୟ ଏମିତି ମାମଲା ସାମଲାକୁ ଆସିଥିଲା । ଦିଲ୍ଲୀରେ ଯେଉଁ କରୋନା ସଂକ୍ରମିତ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଶବ ୧୪ ଘଣ୍ଟା ଧରି ପଡିରହିଥିଲା ।

Leave a Reply

Your email address will not be published. Required fields are marked *