ଚୀନ୍‌ର ଦାବିକୁ ଖାରିଜ୍‌ କଲା ଭାରତ- ଭାରତ ଏଲ୍‌ଏସି ପାର କରିନାହିଁ

ନୂଆଦିଲ୍ଲୀ – ଚୀନ୍‌ର ଦାବିକୁ ଭାରତ ଖାରିଜ୍‌ କରିବା ସହ ଭବିଷ୍ୟତରେ ଚୀନ୍‌ର କୌଣସିବି ଏକ ପାକ୍ଷିଆ ଆକ୍ରମଣର ଦୃଢ ଜବାବ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଭାରତ ସୀମାରେ ଚୀନ୍‌ର ସେନା ପକ୍ଷରୁ ନିର୍ମାଣ କାର୍ଯ୍ୟ କରାଯାଉଥିଲା । ଭାରତର ପାଟ୍ରୋଲିଂ ପାର୍ଟିକୁ ଅଟକାଇବା ସହ ପୂର୍ବ ପ୍ରସ୍ତୁତି ଅନୁସାରେ ଆକ୍ରମଣ କରାଯାଇଥିଲା ବୋଲି ଭାରତ ପକ୍ଷରୁ ସୂଚନା ଦିଆଯାଇଛି । ଲଦାଖରେ ରକ୍ତାକ୍ତ ସଂଘର୍ଷ ପରେ ଏବେ ଦୁଇ ପକ୍ଷ ମଧ୍ୟରେ ସ୍ଥିତି ଚରମ ସୀମାରେ ରହିଛି । ଚୀନ୍‌ ବାରମ୍ବାର ମିଛ ଖବର ନିଜର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମସ୍‌ରେ ପ୍ରସାରିତ କରିବାରେ ଲାଗିଛି ।

ଚୀନ୍‌ ସେନା ଭାରତର ପ୍ରକୃତ ନିୟନ୍ତ୍ରଣ ରେଖା ମଧ୍ୟରେ ପ୍ରବେଶ କରିବା ସହ ସେଠାରେ ଏକ ନିର୍ମାଣ କାର୍ଯ୍ୟ କରିବା ପାଇଁ ଉଦ୍ୟମ କରୁଥିଲେ । ଭାରତର ପାଟ୍ରୋଲିଂ ପାର୍ଟିକୁ ସେଠାରେ ଅଟକ ରଖିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ । ସେଠାକୁ ଯାଇଥିବା ୧୮ ବିହାର ରେଜିମେଣ୍ଟର କର୍ଣ୍ଣେଲ୍‌ ସନ୍ତୋଷ ବାବୁ ଓ ସେନା ଜବାନଙ୍କ ଉପରେ କଣ୍ଟା ଲଗା ପଥର ସିମେଣ୍ଟ ବ୍ଲକ ସହ କଣ୍ଟା ଲଗା ବାଡିରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏହାପରେ ଭାରତୀୟ ସେନା ପକ୍ଷରୁ କଡା ଜବାବ ଦିଆଯାଇଥିଲା । ଭାରତର ୨୦ ଜଣ ଜବାନ ସହିଦ ହୋଇଥିବା ବେଳେ ୪୩ ଜଣ ଚୀନ୍‌ ସୈନ୍ୟ ହତା ହତ ହୋଇଥିଲେ ।

ଏହାପରେ ଚୀନ୍‌ ପକ୍ଷରୁ ବାରମ୍ବାର ଭାରତୀୟ ସେନା ନିୟନ୍ତ୍ରଣ ରେଖା ପାର କରିଥିବା କୁହାଯାଉଥିଲା । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଭାରତର ନିୟନ୍ତ୍ରଣ ରେଖା ମଧ୍ୟରେ ଚୀନ୍‌ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛି । ଭାରତ ଏକ ତରଫା ଭାବେ ସ୍ଥିତିକୁ ବଦଳାଉ ନାହିଁ । ବଂର ଭାରତ ପୂର୍ବ ସ୍ଥିତି ବଜାୟ ରଖିବା ପାଇଁ ଚାହିଁ ଥିଲା ।

ଜୁନ୍‌ ୧୫ ଓ ୧୬ ତାରିଖରେ ଗଲଓ୍ୱାନ ଘାଟୀରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ହିଂସାପୂର୍ଣ୍ଣ ସଂଘର୍ଷ ହୋଇଥିଲା । ର୍ଘ ୪୫ ବର୍ଷ ପରେ ପରେ ଭାରତକୁ ଧୋକା ଦେଇଛି ଚୀନ୍‌ । ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ସୀମା ବିବାଦ ତୁଟାଇବାକୁ ଯାଇଥିବା ଭାରତୀୟ ସୈନିକଙ୍କ ଉପରେ ଚୀନ୍‌ ସୈନିକମାନେ ଆକ୍ରମଣ କରିଛନ୍ତି । ସେମାନେ କୌଣସି ଗୁଳିମାଡ଼ କରି ନଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଭାରତୀୟ ସୈନିକଙ୍କ ଉପରେ ପଥର, ଲାଠି, ଲୁହାରଡ୍‌ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ ଭାରତୀୟ ସୈନିକଙ୍କ ପ୍ରତି ଆକ୍ରମଣରେ ଚୀନ୍‌ର ୪୩ ଜଣ ସୈନିକ ମୃତାହତ ହୋଇଥିବା କୁହାଯାଉଛି । କିନ୍ତୁ ଚୀନ୍‌ ସରକାର ଏହା ସ୍ପଷ୍ଟ କରିନାହାନ୍ତି । ୧୯୭୫ ମସିହା ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ୍‌ ମଧ୍ୟରେ ସୀମାରେ ଏଭଳି ରକ୍ତାକ୍ତ ସଂଘର୍ଷ ଘଟିଛି ।

Leave a Reply

Your email address will not be published. Required fields are marked *