ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ, ୧୫ ହଜାର କୋଟି ଟଙ୍କାର ପାଣ୍ଠି

ନୁଆଦିଲ୍ଲୀ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱିତୀୟ ଥର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି କି ଆପଣ ଦେଖୁଛନ୍ତି କିପରି କରୋନା ଦୁନିଆର ସବୁଠାରୁ ଦକ୍ଷ ଦେଶଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛି । ଏଥିରୁ ରକ୍ଷା ପାଇଁ ସାମାଜିକ ଦୂରତା ଆବଶ୍ୟକ । ସାମାଜିକ ଦୂରତା ପ୍ରତ୍ୟେକ ନାଗରିକଙ୍କ ପାଇଁ, ପ୍ରତ୍ୟେକ ପରିବାର ପାଇଁ, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଆବଶ୍ୟକ ।

କରୋନା ପ୍ରଥମେ ଏକ ଲକ୍ଷରେ ପହଞ୍ଚିବାକୁ ୬୭ ଦିନ ସମୟ ନେଇଥିଲା | କିନ୍ତୁ ଏହା ପରେ ଦୁଇ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବାକୁ ମାତ୍ର ୧୧ ଦିନ ଲାଗିଲା । ୨ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବାକୁ ମାତ୍ର ୪ ଦିନ ସମୟ ଲାଗିଥିଲା ​​ଏଥିରୁ ଅନୁମାନ କରି ହେଉଛି ଯେ ଏହି ଭାଇରସ  କେତେ ଶୀଘ୍ର ବ୍ୟାପୁଛି  । ଏହି କାରଣ ହେଉଛି ଯେତେବେଳେ ଚାଇନା, ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଇରାନରେ ଏହି ଭାଇରସ ବ୍ୟାପିବା ଆରମ୍ଭ କଲା, ସେତେବେଳେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଗଲା।

ମୋଦି ଆଗକୁ କହିଛନ୍ତି କି ଆଗାମୀ ୨୧ ଦିନ ଘରୁ ବାହାରକୁ ଯିବା କଥା ଭୁଲିଯାଅ । ଆପଣଙ୍କୁ ମନେ ରଖିବାକୁ ହେବ ଯେ ଘରୁ ବାହାରକୁ ଆସିବାର କେବଳ ଗୋଟିଏ ପାଦ ଆପଣଙ୍କ ଘରକୁ କରୋନା ପରି ଗୁରୁତର ରୋଗ ଆଣିପାରେ ।

କରୋନା ପାଇଁ ୧୫ ହଜାର କୋଟି ପାଣ୍ଠି ବ୍ୟବସ୍ଥା ଘୋଷଣା କଲେ ପ୍ରଧାନମନ୍ତ୍ରୀ । କରୋନା ପରୀକ୍ଷଣ, ଭେଣ୍ଟିଲେଟର, ମେଡିକାଲ ୱାକର୍ସଙ୍କ ଟ୍ରେନିଂ ଆଦି ପାଇଁ ୧୫ ହଜାର କୋଟି ପାଣ୍ଠି ବ୍ୟବସ୍ଥା କରିଛନ୍ତି ମୋଦି ।

– ମୋର ଦେଶବାସୀଙ୍କୁ ଅନୁରୋଧ ଯେ ଆପଣ ଯେଉଁଠାରେ ବି ଅଛନ୍ତି, ସେଠାରେ ରୁହନ୍ତୁ, ଲକଡାଉନ୍ ୩ ସପ୍ତାହ ହେବ | ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଗାମୀ ୨୧ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

– ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ରାତି ୧୨ ଟାରୁ ସାରା ଦେଶରେ ଏହି ଲକଡାଉନ୍ ହେବାକୁ ଯାଉଛି।

ଗତ ଦୁଇ ଦିନ ଧରି ଦେଶର ଅନେକ ସ୍ଥାନରେ ଲକଡାଉନ୍ ହୋଇଛି । ସମସ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଗମ୍ଭୀରତାର ସହ ନେବା ଉଚିତ୍।

Leave a Reply

Your email address will not be published. Required fields are marked *