ଆଇସୋଲେସନରେ ବସୁନ୍ଧରା ରାଜେ ଓ ତାଙ୍କ ପୁଅ ଦ୍ୟୁଷ୍ମନ୍ତ

ନୂଆଦିଲ୍ଲୀ:-ରାଜସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ତାଙ୍କର ପୁଅ ଦ୍ୟୁଷ୍ମନ୍ତ ସିଂ ଲକ୍ଷ୍ନୌରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କନିକାଙ୍କ ପାର୍ଟିରେ ଯୋଗ ଦେଇଥିଲେ। କନିକା କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିବା ପରେ ଏବେ ବସୁନ୍ଧରା ଓ ତାଙ୍କ ପୁଅ ଦ୍ୟୁଷ୍ମନ୍ତ ଦୁହେଁ ଏବେ ସେଲଫ ଆଇସୋଲେସନରେ ଅଛନ୍ତି। ଦୁହେଁ ରବିବାର କନିକାଙ୍କ ଦ୍ବାରା ଲକ୍ଷ୍ନୌର ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ। କନିକାଙ୍କ ଏହି ପାର୍ଟିରେ ବହୁ ବଡ ନେତା ଓ ଅଧିକାରୀ ସାମିଲ ଥିଲେ। ଆଇସୋଲେସନରେ ଥିବା ନେଇ ନିଜେ ବସୁନ୍ଧରା ରାଜେ ଟ୍ବିଟରରେ ସୂଚନା ଦେଇଛନ୍ତି।କନିକା ଲଣ୍ଡନରୁ ଆସି ବିମାନବନ୍ଦରରେ ଚେକିଂ ନକରି ଚାଲିଆସିଥିଲେ। ଏହାପରେ ସେ ଅନେକ ଲୋକଙ୍କ ସହ ମିଶିଥିଲେ। ଏବେ ତାଙ୍କର ଟେଷ୍ଟ ପଜିଟିଭ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସ୍ବାସ୍ଥ୍ୟମନ୍ତ୍ରୀ ଜୟପ୍ରତାପ ସିଂ କହିଛନ୍ତି କନିକା କପୁର ବିଦେଶରୁ ଆସିବା ପରେ ପ୍ରୋଟୋକଲ ଭାଙ୍ଗିଛନ୍ତି। ସେ କାହାକୁ ସୂଚନା ନଦେଇ ବିଭିନ୍ନ ସ୍ଥାନକୁ ଯାଇଥିଲେ। ତାଙ୍କ ଉପରେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଦ୍ବାରା ତାଙ୍କ କରୋନା ଭାଇରସକୁ ମହାମାରୀ ଘୋଷଣା କରାଯିବା ପରେ ସମସ୍ତ ନାଗରିକଙ୍କ ଦାୟିତ୍ବ ସେମାନେ ନିଜକୁ କ୍ବାରେଣ୍ଟାଇନ କରିବା ସହ କୌଣସି ପ୍ରକାର ଲକ୍ଷଣ ମିଳିବା ମାତ୍ରେ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିବା ଦରକାର। କିନ୍ତୁ ସେ ଏଭଳି କରିନାହାନ୍ତି।ର୍ଟିରେ ବସୁନ୍ଧରା ରାଜେ ଓ ତାଙ୍କର ପୁଅ ସାମିଲ ଥିବାରୁ ଏବେ ରାଜନୈତିକି ଦୁନିଆରେ ହଇଚର ସୃଷ୍ଟି ହୋଇଛି। ବସୁନ୍ଧରାଙ୍କ କହିବା ଅନୁସାରେ, କିଛି ଦିନ ତଳେ ଦ୍ୟୁଷନ୍ତ ଓ ତାଙ୍କ ଶ୍ବଶୁର ଘର ଲୋକଙ୍କ ସହିତ ଲକ୍ଷ୍ନୌରେ ଏକ ଡିନର ପାର୍ଟିରେ ଯାଇଥିଲେ। କନିକା କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଏବେ ଦ୍ୟୁଷ୍ମନ୍ତ ଓ ମୁଁ ଦୁହେଁ ଘରେ ସେଲଫ୍ ଆଇସୋଲେସନରେ ଅଛୁ।ଦ୍ୟୁଷନ୍ତ ଗତ ଗୁରୁବାର ଓ ଶୁକ୍ରବାର ସଂସଦ ମଧ୍ୟ ଯାଇଥିଲେ। ବହୁ ସଂସଦଙ୍କ ସଂସଦଙ୍କ ସହ କଥା ହେବା ସହ ସେଣ୍ଟ୍ରାଲ ହଲରେ ଥିବାର ମଧ୍ୟ ଦେଖିବାକୁ ମିଳିଥିଲେ।କିନ୍ତୁ ଏବେ ଜଣାପଡିବା ପରେ ସେ ଆଇସୋଲେସରେ ଅଛନ୍ତି। ଏହି ମାମଲା ଜଣାପଡିବା ପରେ ଜିଲ୍ଲାପାଳଙ୍କ ନିର୍ଦେଶ ପରେ କନିକା କପୁରଙ୍କ ଘର ମହାନଗରଠାରୁ ୩ କିଲୋମିଟର ଅଞ୍ଚଳକୁ ଖାଲି କରିଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବିକାଶ ନଗର, ଖୁର୍ରମନଗର ଓ ଆଲିଗଞ୍ଜର କିଛି ଅଞ୍ଚଳକୁ ଖାଲି କରିଦିଆଯାଇଛି। କନିକାଙ୍କୁ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।କନିକାଙ୍କୁ କରୋନା ହୋଇଥିବା ଖବର ଜଣାପଡିବା ପରେ ରାଜଧାନୀ ଲକ୍ଷ୍ନୌରେ ଆତଙ୍କ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *