ଲମାନ୍, କରଣ ଓ ୟଶରାଜ୍ ପ୍ରଡକ୍ସନକୁ ବୟକଟ୍, ସୁଶାନ୍ତଙ୍କୁ ନ୍ୟାୟ..ଜୋର ଧରିଲା ଅଭିଯାନ,

ମୁମ୍ବାଇ := ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ  ଆତ୍ମହତ୍ୟା ବଲିଉଡ୍‌ର ଗୁମର ଖୋଲିଦେଇଛି।  ଅଣ୍ଡରୱାର୍ଲଡ ହାତରୁ ମୁକ୍ତ ହେବା ପରେ ଇଣ୍ଡଷ୍ଟ୍ରି ଏବେ କେତେକ ପ୍ରଡକ୍ସନ ହାଉସ୍‌ଙ୍କ କବଳିତ ହୋଇଥିବା ଜଣାପଡିଛି। ଏପରି ପ୍ରଡକ୍ସନ ହାଉସ୍‌ଙ୍କ ଆଶିର୍ବାଦ ନ ମିଳିଲେ କୌଣସି କଳାକାର ବଲିଉଡ୍‌ରେ ତିଷ୍ଠିବା ଏବେ କଷ୍ଟକର। ଏପରି ପ୍ରଡକ୍ସନ ହାଉସଙ୍କ ବିରୋଧରେ ୱେବ୍‌ସାଇଟ୍‌  ଚେଞ୍ଜ ଡଟ୍ ଓଆରଜିରେ ଏବେ କ୍ୟାମ୍ପେନ ଚାଲିଥିବା ବେଳେ ୧୬.୫ ଲକ୍ଷରୁ ଅଧିକ ଲୋକେ ଅନଲାଇନ୍‌ ପିଟିସନରେ ସ୍ୱାକ୍ଷର କରିଥିବା ଜଣାପଡିଛି।କେବଳ ସୁଶାନ୍ତଙ୍କ ଫ୍ୟାନ୍ସ ନୁହନ୍ତି ବଲିଉଡର ଅନେକ କଳାକାର ମଧ୍ୟ ଏବେ ବଲିଉଡର ଇନସାଇଡର ଓ ଆଉଟ୍ ସାଇଡର ଭାବନା ନେଇ ଖୋଲାଖୋଲି ପଦାକୁ ଆସିଛନ୍ତି। ଏଥିରେ ସୁଶାନ୍ତଙ୍କ ଫ୍ୟାନ୍ସ ସଲମାନ ଖାନ, କରଣ ଜୋହର ଓ ଏପରି ପ୍ରଡକ୍ସନ ହାଉସ୍‌କୁ ଟାର୍ଗେଟ୍  କରିଛନ୍ତି। ଏପରି ପ୍ରଡକ୍ସନ ହାଉସ୍‌ଙ୍କ ଯୋଗୁ ସୁଶାନ୍ତଙ୍କୁ ଇଣ୍ଡଷ୍ଟ୍ରିରେ କାମ ମିଳିବା ବନ୍ଦ ହୋଇଯାଇଥିଲା। ଏଣୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ସୁଶାନ୍ତଙ୍କ ଫ୍ୟାନ୍‌ ଭାବୁଛନ୍ତି। ଏଣୁ ସୁଶାନ୍ତଙ୍କ ଫ୍ୟାନ୍ସ ସଲମାନ, କରଣ ଜୋହର ଓ ଏଭଳି ପ୍ରଡକ୍ସନ ହାଉସ୍‌ଙ୍କ ବିରୋଧରେ  ଚେଞ୍ଜ ଡଟ୍ ଓଆରଜି ଚଳାଇଥିବା ବେଳେ  ଏପର୍ଯ୍ୟନ୍ତ ୧୬ଲକ୍ଷରୁ ଅଧିକ ଲୋକେ ଅନଲାଇନ୍‌ ପିଟିସନରେ ସ୍ୱାକ୍ଷର କରିଛନ୍ତି। ସୁଶାନ୍ତଙ୍କ ଫ୍ୟାନ୍ସ ଏଥିଲାଗି ୧୫ ଲକ୍ଷ ଟାର୍ଗେଟ୍ ରଖିଥିବା ବେଳେ ଏହା ଆହୁରି ଅଧିକ ବି ହୋଇପାରେ ବୋଲି ଏବେ ଅନୁମାନ କରାଗଲାଣି।ୱେବ୍‌ସାଇଟ୍‌ ଅନୁସାରେ କରଣ, ୱାଇଆରଏଫ୍, ଏସଆରକେ, ଭଁସାଲୀ ସର୍ବୋପରି ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ୍‌ର ଆଶିର୍ବାଦ ନ ମିଳିଲେ ବଲିଉଡ୍‌ରେ ନବାଗତ କଳାକାର ସଂଘର୍ଷ କରିବା କଷ୍ଟକର ବ୍ୟାପାର। ଏପରି କଳାକାରଙ୍କ ସହାୟତା ନିମନ୍ତେ ଏହି ୱେବ୍‌ସାଇଟ୍‌ ଆରମ୍ଭ କରାଯାଇଛି। ଏହି ସବୁ ପ୍ରଡକ୍ସନ ହାଉସ୍‌ ମାଲିକମାନେ ଗୋଷ୍ଠୀ ହୋଇ କଳାକାରଙ୍କୁ କାମ ଦେଉ ନାହାନ୍ତି। ବଜାର ନୂଆ ମୁହଁ ଚାହୁଁଥିବା ବେଳେ କଦବା କ୍ୱଚିତ୍ ନୂଆ କଳାକାର ଆସିଗଲେ ଗୋଟିଏ ଫିଲ୍ମ ପରେ ସେମାନଙ୍କୁ ଅକାମୀ କରି ଦେଉଛନ୍ତି। ଏଣୁ କେତେକ ଦକ୍ଷିଣ ଭାରତୀୟ ଫିଲ୍ମକୁ ପଳାଉଥିବା ବେଳେ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନେ ଏପରି ପ୍ରଡକ୍ସନ ହାଉସ୍‌ଙ୍କ ଶିକାର ହେଉଥିବା ଫ୍ୟାନ୍ସ ଜାଣିଗଲେଣି।

Leave a Reply

Your email address will not be published. Required fields are marked *