ଭାରତ ସହ ଯୁଦ୍ଧ କରିବା ଚୀନ୍ ପାଇଁ ହୋଇପାରେ ବିପଦ

ନୂଆଦିଲ୍ଲୀ,:=ଚୀନ୍ ଏବେ ଏକ ଦୁର୍ବଳ ଦେଶରେ ପରିଣିତ ହୋଇଛି। ଚୀନର ଅର୍ଥ ବ୍ୟବସ୍ଥା ଏବେ ଖୁବ୍ ଖରାପ ସ୍ଥିତି ଦେଇ ଗତି କରୁଛି। କରୋନା ଭାଇରସ କାରଣରୁ ସାରା ବିଶ୍ବର ରୋଷର ପାତ୍ର ହୋଇଥିବା ଚୀନ୍ ସମସ୍ତଙ୍କଠାରୁ ଅଲଗା ହୋଇପଡିଛି। ଆର୍ଥିକ ଓ ସାମରୀକ କ୍ଷେତ୍ରରେ ଚୀନର ଏଭଳି ଅନେକ ଦୁର୍ବଳତା ରହିଛି ଯାହା କାରଣରୁ ଭାରତ ସହ ଚୀନ୍ ଏବେ ଯୁଦ୍ଧ କରିବା ତା ପାଇଁ ବିପଦଜନକ ହୋଇପାରେ। ଏଲଏସିରେ ଚୀନ ଓ ଭାରତୀୟ ସୈନିକଙ୍କ ଭିତରେ ହୋଇଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା କରାଯାଉଛି। ତେବେ ଚୀନର କିନ୍ତୁ ୫ଟି ଦୁର୍ବଳାତା ରହିଛି, ଯାହାକି ତାକୁ ଏବେ ଯୁଦ୍ଧ କଲେ ତା ପାଇଁ ବିପଦ ସୃଷ୍ଟି କରିପାରେ।

ଚୀନର ସେନା ଶକ୍ତିଶାଳୀ କିନ୍ତୁ ଭିରତୁ ଦୁର୍ବଳ। ନିଜର ପ୍ରଚାର ପାଇଁ ଯଦିଓ ଚୀନ୍ ସେନା ଭିନ୍ନଭିନ୍ନ ପ୍ରକାର ଭିଡିଓ ଦେଖାଉଛି। କିନ୍ତୁ ସେ ସବୁ ଏକ ପ୍ରଚାର କହିଲେ ଅତ୍ୟୁକ୍ତି ହେବନି। ଗଲଓ୍ବାନ ଘାଟି ୪ ଗୁଣାଅଧିକ ଚୀନ୍ ସୈନିକଙ୍କୁ ଭାରତୀୟ ସୈନିକ କଡା ଜବାବ୍ ଦେବା ଦେଇଥିଲା। ୫ ଜଣ ଲେଖାଏଁ ଚୀନ୍ ସୈନିକଙ୍କ ଉପରେ କେବଳ ଜଣେ ଭାରତୀୟ ସୈନିକ ଭାରି ପଡିଯାଉଥିଲେ। ଚୀନ୍ ପାଖରେ ୨୦ ଲକ୍ଷ ସୈନିକ ରହିଛି କିନ୍ତୁ ଚୀନ୍ ସେନାର ଏକ ରିପୋର୍ଟରେ ୨୦% ସୈନିକ ଯୁଦ୍ଧ ପାଇଁ ଅନଫିଟ୍।

ଚୀନ୍ ଦୁର୍ବଳତା ଦେଖିବା ଯଦି ତାହା ହେଲା, ଚୀନ୍ ଏବେ ଆର୍ଥିକ ଭାବରେ ଦୁର୍ବଳ, କରୋନା ଭାଇରସ୍ ସୃଷ୍ଟି ପାଇଁ ସାରା ବିଶ୍ବ ନିକଟରେ ସମାଲୋଚିତ ହୋଇଛି। ସୁପରପାଓ୍ବାର ଆମେରିକା ସହ ଭାରତର ଭଲ ସମ୍ପର୍କ ଥିବା ବେଳେ ଚୀନର ଖୁବ୍ ଖରାପ ସମ୍ପର୍କ, ସାମରୀକ ସ୍ଥିତିରେ ମଧ୍ୟ ଦୁର୍ବଳ। ଭାରତ ମହାସାଗରଠାରୁ ନେଇ ସାଉଥ୍ ଚାଇନା ସି ପର୍ଯଞନ୍ତ ଚୀନ୍ ସବୁପଟୁ ଘେରି ହୋଇ ରହିଛି। ସାଉଥ୍ ଚାଇନାରେ ଆକ୍ରମକ ସ୍ଥିତି ଦେଖି ଆମେରିକା ଓ ଚୀନ୍ ଭିତରେ ବିବାଦ ରହିଛି। ଏହି ଦୁର୍ବଳତା ସହିତ ଚୀନ୍ ଭାରତ ସହ ଲଢେଇ କରିବାକୁ ସାହସ କରିପାରୁନି।

Leave a Reply

Your email address will not be published. Required fields are marked *