ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୬ କରୋନା ସଂକ୍ରମିତ, ୧୨୨ ଛୁଇଁଲା ଆକ୍ରାନ୍ତ‌ଙ୍କ ସଂଖ୍ୟା

ଭୁବନେଶ୍ବର:-ରାଜଧାନୀରୁ ଆଉ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୪ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଏଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୫୮ଟି ଆକ୍ଟିଭ୍ କେସ୍ ରହିଛି ।

ବିଏମସି ପକ୍ଷରୁ କରାଯାଇଥିବା ଟ୍ବିଟ୍ ରେ ଦର୍ଶାଯାଇଛି ଯେ, ୧୬ ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ହୋମ୍ କ୍ବାରେଣ୍ଟାଇନ୍ ରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ସଂକ୍ରମିତ ହୋଇଛନ୍ତି । ପଟିଆ ସ୍ଥିତ ଶ୍ରୀବିହାରରୁ ୩ ଜଣ ସଂକ୍ରମିତ ଗୋଟିଏ ପରିବାରର । ସେମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଜୟଦେବ ବିହାର ସ୍ଥିତ ବିଜୁ ପଟ୍ଟନାୟକ କଲେଜ ଅଞ୍ଚଳର ୨ ଜଣ ଗୋଟିଏ ପରିବାରରୁ ଚିହ୍ନଟ । ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ୟୁଏସଏ ରହିଛି । ୟୁନିଟ୍ ୪ ସ୍ଥିତ ଶାସ୍ତ୍ରି ନଗରର ଦୁଇ ଜଣ ଗୋଟିଏ ପରିବାରର । ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି କୋଲକତା ରହିଛି । ଡୁମୁଡୁମା ଫେଜ୍ ୧ ଅଞ୍ଚଳର ଜଣେ ସଂକ୍ରମିତ ରହିଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ପୁନେ ରହିଛି । କଳିଙ୍ଗବିହାର ସ୍ଥିତ ଶୈଳବାଳା ଏନକ୍ଲେଭ ଅଞ୍ଚଳର ଜଣେ ସଂକ୍ରମିତ । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଓମାନ ରହିଛି । ସତ୍ୟନଗର ଓଭରବ୍ରିଜ ନିକଟ ଅଞ୍ଚଳରୁ ଜଣେ ସଂକ୍ରମିତ ରହିଛନ୍ତି  । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ନୟାପଲ୍ଲୀ ଶବର ସାହିର ଜଣେ ସଂକ୍ରମିତ । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଚେନ୍ନାଇ ରହିଛି । ରସୁଲଗଡ ନେତାଜୀ ବିହାରର ଜଣେ ସଂକ୍ରମିତ । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଗୁରଗାଓଁ ରହିଛି । ଯଦୁପୁର ବେଗୁନିଆ ମସଜିଦ ଅଞ୍ଚଳର ଜଣେ ସଂକ୍ରମିତ ରହିଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ୟୁନିଟ୍ ୩ ମସଜିଦ କଲୋନୀର ଜଣେ ସଂକ୍ରମିତ ରହିଛନ୍ତି । ତାଙ୍କର ଜଣେ ସଂପର୍କୀୟ କୋଲକାତାରୁ ଫେରିଥିଲେ । ପଳାଶୁଣୀ କପିଳେଶ୍ବର ବିହାରର ଜଣେ ସଂକ୍ରମିତ । ସେ ଭଦ୍ରକରୁ ଫେରିଥିଲେ । ଏକ ପ୍ରାଇଭେଟ୍ ହସ୍ପିଟାଲର ଜଣେ ସର୍ଭିସ୍ ପ୍ରୋଭାଇଡର ରହିଛନ୍ତି ।

Leave a Reply

Your email address will not be published. Required fields are marked *