ରଜରେ ରାଜଧାନୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ଓପଲଫେଡ୍ ଓ ଚିଲିକା ଫ୍ରେସ୍ କରିବେ ହୋମ୍ ଡେଲିଭରୀ

ଭୁବନେଶ୍ୱର :-ସରଗରମ ହେଲାଣି ରଜ ବଜାର । ଅନ୍ୟପଟେ ଲକଡାଉନ୍ ୫.୦ କଟକଣା ସାମାନ୍ୟ କୋହଳ ହୋଇଛି । ରଜ ପାଳିବା ପାଇଁ ରାଜଧାନୀବାସୀ ମନ ବଳେଇଛନ୍ତି । ପରିବା ହାଟ ଆଉ ବଜାରରେ ଗହଳି ଦେଖିବାକୁ ମିଳୁଛି । ଏପରିକି ବିନା ମାସ୍କରେ ମଧ୍ୟ ଚାଲିଛି କିଣାବିକା । ତେବେ ଶନିବାର ଓ ରବିବାର ସଟଡାଉନ୍ ଏବଂ ପହିଲି ରଜ ରବିବାର ପଡୁଥିବାରୁ ସମସ୍ତଙ୍କ ମନଟା ଟିକେ ଖଟା ହୋଇଯାଇଛି । ଟିକେ ଆଇଁଷ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସମସ୍ତେ ଚିନ୍ତା କରୁଛନ୍ତି । ତେବେ ମନ ଦୁଃଖ କରିବା ଆବଶ୍ୟକ ନାହିଁ । ସେମାନଙ୍କ ପାଇଁ ଏନେଇ ବ୍ୟବସ୍ଥା ହୋଇଛି । ଭୁବନେଶ୍ବର ସ୍ଥିତ ଓପଲଫେଡ୍ ଓ ଚିଲିକା ଫ୍ରେସ୍ କେନ୍ଦ୍ରଗୁଡିକରେ ଅଣ୍ଡା, ମାଛ ଓ ସ୍ବାସ୍ଥ୍ୟପ୍ରଦ କୁକୁଡା ମାଂସ ବିକ୍ରି ବ୍ୟବସ୍ଥା କରାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଏହା ସହ ହୋମ୍ ଡେଲିଭରୀ ପାଇଁ ଫୋନ୍ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି ।ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହରେ ଦୁଇ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ତେବେ ଜୁନ୍ ମାସରେ ଶନିବାର ଓ ରବିବାର ଭୁବନେଶ୍ବର ସ୍ଥିତ ଓପଲଫେଡ୍ ଓ ଚିଲିକା ଫ୍ରେସ୍ କେନ୍ଦ୍ରଗୁଡିକରେ ଅଣ୍ଡା, ମାଛ ଓ ସ୍ବାସ୍ଥ୍ୟପ୍ରଦ କୁକୁଡା ମାଂସ ବିକ୍ରି ବ୍ୟବସ୍ଥା କରାଯାଇଛି। ହୋମ୍ ଡେଲିଭରୀ ପାଇଁ ଫୋନ୍ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *