ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ !

କେରଳ :-ଜଣେ ମହିଳାଙ୍କୁ ତାଙ୍କର ୫ ବର୍ଷିୟ ଶିଶୁ ସମ୍ମୁଖରେ  ହୋଇଛି ଗଣଦୁଷ୍କର୍ମ । ପୁଣି  ଏଥିରେ ତାଙ୍କର ସ୍ୱାମୀ ହିଁ କରିଛି ସାହାଯ୍ୟ । ଏମିତି ଏକ ଖବର ଆସିଛି କେରଳରୁ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପୁଲିସ୍‌ଙ୍କୁ ପୀଡ଼ିତାଙ୍କ ସୂଚନା ମୁତାବକ , ୨୫ ବର୍ଷିୟା ଏହି ମହିଳାଙ୍କ ସ୍ୱାମୀ  ତାଙ୍କୁ ସମୁଦ୍ର କୂଳରେ ଥିବା ତାଙ୍କର ଜଣେ ସାଙ୍ଗ ଘରକୁ ଡାକି ନେଇଥିଲା । ସେ ସ୍ୱାମୀଙ୍କ ସହ ନିଜର ୫ବର୍ଷିୟ ଶିଶୁ ପୁତ୍ରକୁ ନେଇ ଯାଇଥିଲେ । ସେଠାରେ  ତାଙ୍କ ସ୍ୱାମୀ ସହ ଆଉ ୪ ଜଣ ସାଙ୍ଗ ତାଙ୍କୁ ବଳ ପୂର୍ବକ ମଦ ପିଆଇଥିଲେ । ଆଉ ତାପରେ ତାଙ୍କୁ ପାଖରେ ଥିବା ଏକ ଖୋଲା ସ୍ଥାନକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ସମସ୍ତେ ମିଶି ଗଣଦୁଷ୍କର୍ମ କରିଥିଲେ ।

ମହିଳା ଜଣଙ୍କ କହିଛନ୍ତି , ସେମାନେ ଗଣଦୁଷ୍କର୍ମ କରିବା ସହ ପୋଡ଼ା ସିଗାରେଟ୍‌ରେ ତାଙ୍କ ଶରୀରରେ ଲଗାଇ ଜଳାଇଥିଲେ ଓ ଅନେକ ଥର ଚାପୁଡ଼ା ମଧ୍ୟ ମାରିଥିଲେ । ଏହାସହ ତାଙ୍କର ଶିଶୁ ପୁତ୍ର ଯେତେବେଳେ କାନ୍ଦିଥିଲା ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ଘରେ ଶିଶୁକୁ ଛାଡ଼ି ପୁଣି ଆସିବାର ପ୍ରତିଶ୍ରୁତି ଦେଇ ମହିଳା ଜଣଙ୍କ ସେଠାରୁ ଖସି ଚାଲିଆସିଥିଲେ । ବାଟରେ ଏକ କାରକୁ ଲିଫ୍ଟ ମାଗି ଯିବାବେଳେ , ଗାଡ଼ି ଚାଳକଙ୍କୁ ସବୁ କଥା କହିଥିଲେ । କାର୍‌ ଚାଳକ ଜଣଙ୍କ ପୁଲିସ୍‌କୁ ଜଣାଇଥିଲେ ଓ ମହିଳାଙ୍କୁ ହସ୍ପିଟାଲରେ  ଭର୍ତ୍ତି କରାଇଥିଲେ ।

ଥିରୁଭନନ୍ତପୁରମରେ ଗୁରୁବାର ଦିନ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ସହ ତାର ୫ ଜଣ ସାଙ୍କୁ ପୁଲିସ୍‌ ଗିରଫ କରିଥିଲା ।  ଥିରୁଭନନ୍ତପୁରମର ରୁରାଲ୍‌ ପୁଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ ଅଶୋକ  କୁମାର କହିଛନ୍ତି , ଆମର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ମହିଳାଙ୍କର ସ୍ୱାମୀ ଅପରାଧି ଗାଙ୍ଗ ସହ ସଂଶ୍ଳିଷ୍ଟ । ସେ ମଧ୍ୟ ତାର ସ୍ତ୍ରୀଙ୍କୁ  ଅଭିଯୋଗ ନକରିବାକୁ ଧମକ ଦେଇଥିଲା । ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଅତୀତରେ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ରେକର୍ଡ ଅଛି ।

Leave a Reply

Your email address will not be published. Required fields are marked *