ପାକିସ୍ତାନର ଗୁପ୍ତଚର ପାରାକୁ ନେଇ ଆତଙ୍କ ! ପାଦରେ ବନ୍ଧା ହୋଇଛି କୋଡ୍‌ ନମ୍ୱର

ନୂଆଦିଲ୍ଲୀ: ଯେତେ ଯାହା ହେଇଯାଉ ପାକିସ୍ତାନ କିନ୍ତୁ ତାର ମନ୍ଦ ଅଭ୍ୟାସ ଛାଡ଼ିବନି । କେତେବେଳେ ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରିବା ହେଉ ବା ଆତଙ୍କବାଦୀ ପଠାଇବା ହେଉ , ସବୁବେଳେ ଭାରତକୁ ଟାର୍ଗେଟ କରି ଚାଲିଛି। ପୁଣି ପାକିସ୍ତାନ ଆଉ ଏକ ଚକ୍ରାନ୍ତ ରଚିଛି ।

ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନୀ ପାରାକୁ ଦେଖି ଆତଙ୍କ ଖେଳିଯାଇଛି । ପାରାର ପାଦରେ ସାଙ୍କେତିକ ଭାଷାରେ କୋଡ୍‌ ବନ୍ଧା ହେବା ଦେଖି ସୁରକ୍ଷା ଏଜେନ୍ସି ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରବିବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀର କଠୁଆ ଅଂଚଳରେ ସ୍ଥାନୀୟ ଲୋକମାନେ ଏହି ପାରାକୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ । ଏହି ପାରାଟି ପାକିସ୍ତାନରୁ ଆସିଥିବା ସନ୍ଦେହ କରାଯାଉଛି।

ପାରା ଗୁପ୍ତଚର ବୃତ୍ତି କରୁଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *