ପ୍ରଥମଦିନ ହିଁ ବିମାନବନ୍ଦରରୁ ୮୨ ବିମାନ ରଦ୍ଦ, ହଇରାଣ ହେଲେ ଯାତ୍ରୀ

ନୂଆଦିଲ୍ଲୀ:-ସୋମବାର ଠାରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଛି | କିନ୍ତୁ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟ ବିମାନବନ୍ଦରରୁ ୮୨ ବିମାନ କ୍ୟାନସଲ କରାଯାଇଛି | ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଯାତ୍ରୀ ଅଭିଯୋଗ କରିଛନ୍ତି ବିମାନ ଉଡାଣ ରଦ୍ଦ କରିଦିଆଯାଇଛି କିନ୍ତୁ ଏୟାରଲାଇନ୍ସ ତରଫରୁ ସେମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ |ନ୍ୟୁଜ ଏଜେନ୍ସି ANI ଅନୁଯାୟୀ, ଦିଲ୍ଲୀରୁ ପୋର୍ଟ ବ୍ଲେୟାର, କୋଲକାତା, ହାଇଦ୍ରାବାଦ, ମୁମ୍ବାଇ, ଇନ୍ଦୋରକୁ ଯିବାକୁ ଥିବା ସକାଳ ବିମାନ କ୍ୟାନସଲ ହୋଇଯାଇଛି | ମୁମ୍ବାଇରେ ମଧ୍ୟ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି | ଗୁଆହାଟୀ ବିମାନ ମଧ୍ୟ କ୍ୟାନସଲ କରାଯାଇଛି | ଫଳରେ ଯାତ୍ରୀ ହଇରାଣ ହୋଇଛନ୍ତି | ବିମାନ କ୍ୟାନସଲ ହେବା ଫଳରେ ଯାତ୍ରୀ ରାଗି ଯାଇଛନ୍ତି | ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ଶେଷ ମୁହୂର୍ତ୍ତ ଯାଏଁ ବିମାନ କ୍ୟାନସଲ ହୋଇଥିବା ନେଇ ତାଙ୍କୁ ସୂଚନା ଦିଆଯାଇନଥିଲା |ନାଗର ଉଡ୍ଡୟନ ମନ୍ତ୍ରାଳୟ ଯାତ୍ରୀ ଓ ଏୟାରଲାଇନ୍ସ ପାଇଁ ଗାଇଡଲାଇନ୍ସ ଜାରି କରିଥିଲେ | ଯାହାଫଳରେ ଯାତ୍ରୀ ସୁରକ୍ଷିତ ଯାତ୍ରା କରିପାରିବେ | କିନ୍ତୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ କେନ୍ଦ୍ର ସରକାରଙ୍କ ଘରୋଇ ବିମାନ ସେବା ଆରମ୍ଭ କରିବା ନିଷ୍ପତ୍ତିକୁ ଆପତ୍ତି କରିଛନ୍ତି | କର୍ଣ୍ଣାଟକ କେରଳ, ତାମିଲନାଡୁ, ବିହାର, ପଞ୍ଜାବ, ଆସାମ, ଆନ୍ଧ୍ର ପ୍ରଦେଶ, ଗୋଆ ଓ ଜାମ୍ମୁ କାଶ୍ମୀର ସେମାନଙ୍କ ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଅଲଗା ଅଲଗା ଆଇସୋଲେସନ ନିୟମ ଲାଗୁ କରିଛନ୍ତି | କିଛି ରାଜ୍ୟ ଯାତ୍ରୀଙ୍କୁ କ୍ଵାରେଣ୍ଟାଇନରେ ରହିବ ଅନିବାର୍ଯ୍ୟ କରିଥିବାବେଳେ ଆଉ କିଛି ରାଜ୍ୟ ଯାତ୍ରୀଙ୍କୁ ହୋମ କ୍ଵାରେଣ୍ଟାଇନ ଏବଂ କ୍ଵାରେଣ୍ଟାଇନ କେନ୍ଦ୍ରରେ ରଖିବାକୁ କହିଛନ୍ତି |

Leave a Reply

Your email address will not be published. Required fields are marked *