ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିବେ କଙ୍ଗନା

ମୁମ୍ବାଇ:– ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଆସନ୍ତାକାଲି (ରବିବାର) ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ସାକ୍ଷାତ କରିବେ। ରାଜ୍ୟପାଳ ଓ କଙ୍ଗନାଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତକାର ରବିବାର ଅପରାହ୍ନ ୪ଟା ୩୦ରେ ହେବ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବିଏମ୍‌ସି ପକ୍ଷରୁ କଙ୍ଗନାଙ୍କ ଅଫିସ୍‌ ଭଙ୍ଗାରାୁଜା ପ୍ରସଙ୍ଗ ଓ ସୁରକ୍ଷାକୁ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କରିପାରନ୍ତି କଙ୍ଗନା। ସୂଚନାଥାଉକି, କଙ୍ଗନାଙ୍କ ଅଫିସ୍‌ ଭଙ୍ଗାରୁଜା ପ୍ରସଙ୍ଗରେ ରାଜ୍ୟପାଳ ଦୁଃଖ ପ୍ରକାଶ କରିଥିଲେ।

ରାଜ୍ୟପାଳ ଭାଗବତ ସିଂ କୋଶିଆରୀ ଗୁରୁବାର ଦିନ ମୁଖ୍ୟ ରାଜନୈତିକ ପରାମର୍ଶଦାତା ଅଜୟ ମେହେଟ୍ଟାଙ୍କୁ ଡକାଇ ସିଏମଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟପାଳ ଏହି ସମଗ୍ର ବିବାଦ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଇବାକୁ ଯାଉଛନ୍ତି।

ସୂଚନାଥାଉକି, ବିଏମସି ଦ୍ୱାରା କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ପ୍ରସଙ୍ଗନୁ ନେଇ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶୃଙ୍ଖଳା ପରଠାରୁ କଙ୍ଗନା ରଣାୱତ ଉଦ୍ଧବ ସରକାର ଉପରେ ଆକ୍ରମଣ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *