ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କର ହେବ କୋଭିଡ଼ ଟେଷ୍ଟ

ଭୁବନେଶ୍ୱର:-ମୌସୁମୀ ଅଧିବେଶନକୁ ଆଖିଆଗରେ ରଖି ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନକିଶୋର ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ,  ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସମେତ ଅନ୍ୟ ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ  ଉପସ୍ଥିତ ଥିଲେ । ଆଗକୁ ଆସୁଥିବା ବିଧାନସଭା ଅଧିବେଶନକୁ ଆଖିଆଗରେ ରଖି ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କଙ୍କ କୋଭିଡ ପରୀକ୍ଷା କରାଯିବା ବୋଲି ଘୋଷଣା କରାଯାଇଛି । ସେହିପରି କୋଭିଡ଼ ସମୟରେ ବିଧାନସଭା କିପରି ପରିଚାଳିତ ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି ।ରାଜ୍ୟରେ କରୋନା ସ୍ଥିତି ରାଜ୍ୟରେ ସଙ୍ଗୀନ ରହିଛି । ପ୍ରତିଦିନ କରୋନା ଗ୍ରାଫ ଉପରମୁହାଁ ହେବାରେ ଲାଗିଛି । ଯାହାକି ଚିନ୍ତାଜନକ । ତେବେ ଏଭଳି ସମୟରେ ଆଉ କିଛି ଦିନ ପରେ ହେବାକୁ ଯାଉଥିବା ବିଧାନସଭା ଅଧିବେଶନ ନେଇ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର କୋଭିଡ଼ ଟେଷ୍ଟ କରାଯିବ । ରିପୋର୍ଟ ନେଗେଟିଭ୍‌ ଆସିଲେ ଯାଇଁ ବୈଠକରେ ଯୋଗଦେବାକୁ ଅନୁମତି ଦିଆଯିବ । ଏପରିକି ବିଧାନସଭା କର୍ମଚାରୀଙ୍କ ମଧ୍ୟ କୋଭିଡ଼ ଟେଷ୍ଟ କରାଯିବ । ମୌସୁମୀ ଅଧିବେଶନର ୨ ଦିନ ପୂର୍ବରୁ ଏହି କୋଭିଡ଼ ଟେଷ୍ଟ କରାଯିବ । ପୁଣି ୫ଦିନ ପରେ ଆଉ ଥରେ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ ।

Leave a Reply

Your email address will not be published. Required fields are marked *